Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସ୍ୱାଧୀନତା ପରେ ମଧ୍ୟ ବଞ୍ଚିତ ମରିଛଗୁଡ଼ା ଗାଁ: କାଠ ପୋଲରେ ଦିନ କାଟୁଛନ୍ତି ଗ୍ରାମବାସୀ

ସ୍ୱାଧୀନତା ପରେ ମଧ୍ୟ ବଞ୍ଚିତ ମରିଛଗୁଡ଼ା ଗାଁ: କାଠ ପୋଲରେ ଦିନ କାଟୁଛନ୍ତି ଗ୍ରାମବାସୀ

କୋରାପୁଟ, ୩୧/୩: ଜିଲ୍ଲା ଖବର ଗ୍ରାମୀଣ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସତ୍ତ୍ୱେ, କେତେକ ଅଞ୍ଚଳରେ ମୌଳିକ ସୁବିଧାର ଅଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି। ଏହାର ଜୀବନ୍ତ ଉଦାହରଣ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଧୀନ ଚିକାମ୍ବ ପଞ୍ଚାୟତର ମରିଛଗୁଡ଼ା ଗ୍ରାମ। ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ଗୋଟିଏ କଲଭର୍ଟ କିମ୍ବା ପୋଲ ମିଳିନାହିଁ, ଯାହା ଫଳରେ ଗ୍ରାମବାସୀ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଗ୍ରାମବାସୀମାନେ କହିଛନ୍ତି ଯେ, ଦୈନନ୍ଦିନ କାମ କାର୍ଯ୍ୟ ପାଇଁ ବାହାରୁଥିବା ବେଳେ ଏକ ନଦୀ ପାର ହେବାକୁ ପଡ଼ୁଛି, କିନ୍ତୁ ସେଠାରେ କୌଣସି ପୋଲ କିମ୍ବା କଲଭର୍ଟ ନଥିବାରୁ ବିପଦ ସୃଷ୍ଟି ହେଉଛି। ବିଶେଷ କରି ବର୍ଷା ଋତୁରେ ପରିସ୍ଥିତି ଅତ୍ୟନ୍ତ ଦୁର୍ବିଷହ ହୋଇଯାଏ। ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯାଇପାରୁନାହାନ୍ତି, ଏବଂ ଗର୍ଭବତୀ ମହିଳାମାନେ ଚିକିତ୍ସା ସୁବିଧା ପାଇବାରେ ଭାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ସମୟରେ ଆପତ୍କାଳୀନ ପରିସ୍ଥିତିରେ ହସ୍ପିଟାଲକୁ ପହଞ୍ଚିବା ଅସମ୍ଭବ ହେବାରୁ ଜୀବନ ଜୋଖିମରେ ପଡ଼ୁଛି।ଏହା ସହିତ, ହାଟବଜାର କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ସମୟରେ ମଧ୍ୟ ଗ୍ରାମବାସୀଙ୍କୁ ଜୀବନ ଜୋଖିମ ନେଇ ଯିବାକୁ ପଡ଼ୁଛି। ଏନେଇ ଗ୍ରାମବାସୀମାନେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ଅନେକଥର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି।ଗତ ନିର୍ବାଚନ ସମୟରେ ନେତାମାନେ ଗ୍ରାମକୁ ଆସି ଏକ ମାସ ମଧ୍ୟରେ ପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପାଞ୍ଚ ବର୍ଷ ବିତିଗଲା ସତ୍ତ୍ୱେ ସେହି ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଏହାରେ ଗ୍ରାମବାସୀମାନେ ଭାରୀ କ୍ଷୋଭ ପ୍ରକାଶ କରିଛନ୍ତି।ଏନେଇ ବ୍ଲକ ପ୍ରଶାସନଙ୍କ ସହ ଯୋଗାଯୋଗ କରାଯାଉଥିବା ବେଳେ, ଏହା ଆରଡିଡି ବିଭାଗର ଦାୟିତ୍ୱ ବୋଲି କହାଯାଇଛି। ଯଦି ଶୀଘ୍ର ପୋଲ ନିର୍ମାଣ ପାଇଁ ପଦକ୍ଷେପ ନ ନିଆଯାଏ, ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!