Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ପାଇବ ରାଜ୍ୟ ପଞ୍ଚାୟତ ପୁରସ୍କାର; ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବ ଜିଲ୍ଲା

ମନରେଗାରେ ରାଜ୍ୟରେ ତୃତୀୟ ସ୍ଥାନ, ମିଳିବ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି

ନୂଆପଡା, ୨୩/୦୪:(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲାକୁ ‘ରାଜ୍ୟ ପଞ୍ଚାୟତ ପୁରସ୍କାର–୨୦୨୫-୨୬’ ପାଇଁ ମନୋନୀତ କରାଯାଇଛି। ମନରେଗା ବର୍ଗରେ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲା ପରିଷଦକୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୨୪ ଅପ୍ରେଲ ୨୦୨୬ ତାରିଖରେ ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ବଲାଙ୍ଗିରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଏହି ପୁରସ୍କାର ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ।ଗତ ଆର୍ଥିକ ବର୍ଷରେ ମନରେଗା ଅଧୀନରେ ଯୋଜନାର ସୁଚାରୁ କାର୍ଯ୍ୟାନ୍ୱୟନ, ସମୟୋପଯୋଗୀ ମଜୁରୀ ପ୍ରଦାନ, ଗ୍ରାମାଞ୍ଚଳରେ ବ୍ୟାପକ କର୍ମନିଯୁକ୍ତି ସୃଷ୍ଟି ଏବଂ ଜଳ ସଂରକ୍ଷଣ ସହ ଗ୍ରାମୀଣ ଭିତ୍ତିଭୂମି ଭଳି ସ୍ଥାୟୀ ସମ୍ପତ୍ତି ନିର୍ମାଣ କ୍ଷେତ୍ରରେ ଜିଲ୍ଲାର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏହି ଉପଲବ୍ଧିର ମୂଳ ଆଧାର ରହିଛି।

ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର “ଟିମ୍ ନୂଆପଡା”କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ସ୍ତରର ଅଧିକାରୀ, କର୍ମଚାରୀ, ପଞ୍ଚାୟତ ପ୍ରତିନିଧି ଓ ମନରେଗା ଶ୍ରମିକଙ୍କ ସମନ୍ୱିତ ପ୍ରୟାସ ଓ ନିଷ୍ଠା ଯୋଗୁଁ ଏହି ଗୌରବ ସମ୍ଭବ ହୋଇପାରିଛି।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଜିଲ୍ଲାପାଳଙ୍କ ଦୂରଦୃଷ୍ଟି, ନିରନ୍ତର ପରାମର୍ଶ ଓ ପ୍ରେରଣା ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଏହି କାର୍ଯ୍ୟଧାରାକୁ ଅବ୍ୟାହତ ରଖି ଜିଲ୍ଲାକୁ ଅଧିକ ସଫଳତା ଦିଗରେ ନେବାକୁ “ଟିମ୍ ନୂଆପଡା” ସଂକଳ୍ପବଦ୍ଧ।ଏହି ଉପଲବ୍ଧି ନୂଆପଡ଼ା ଜିଲ୍ଲାର ଗ୍ରାମୀଣ ଉନ୍ନତି କ୍ଷେତ୍ରରେ ସାମୂହିକ ଉଦ୍ୟମ ଓ କାର୍ଯ୍ୟଦକ୍ଷତାର ଏକ ସ୍ପଷ୍ଟ ପ୍ରତିଫଳନ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!