
ଯାଜପୁର ୭. ୫ : (ଜିଲ୍ଲା ଖବର ରଂଜିତ ମହାନ୍ତି )-ଖେଳୁଥିବା ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ
ଆଜି ପଡିଆରେ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ଅବସ୍ଥାରେ ଜଣେ ଛାତ୍ରଙ୍କ ଅକାଳ ଦେହାନ୍ତ ହୋଇ ଯାଇଛି । ଅରୁଆଳ ସଂଖ୍ୟାଲଘୁ ବସ୍ତିର ଏସ.କେ.ଆୟାସୁଦ୍ଦିନଙ୍କ ପୁଅ ଏସ.କେ.ଆତେସାମ (୧୪) ଆଜି ସାଙ୍ଗ ମାନଙ୍କ ସହିତ ଗ୍ରାମ ନିକଟ ପଡ଼ିଆରେ ଖେଳୁଥିଲେ । ଖେଳୁଥିବା ସମୟରେ ହଠାତ ସେ ପଡିଯାଇ ଅଚେତ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁ ତାଙ୍କ ଦେହାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ସେ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢୁଥିଲେ




