
ଯାଜପୁର ୧୨ ୫ ଜିଲ୍ଲା ଖବର ରଂଜିତ ମହାନ୍ତି ୱାକୋ ଓଡ଼ିଶା କିକ ବକ୍ସିଂ: ଯାଜପୁର ଦଳର ସଫଳ ପ୍ରଦର୍ଶନ
ୱାକୋ ଓଡ଼ିଶା କିକ ବକ୍ସିଂ ପ୍ରତିଯୋଗିତା ଗଞ୍ଜାମର ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଷ୍ଟାଡିୟମ ଠାରେ ଆୟୋଜିତ ହୋଇ ଯାଇଛି । ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସସ୍ମିତା ରଣାଙ୍କ ନେତୃତ୍ଵରେ ଯାଜପୁରର ୧୨ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ । ପ୍ରଶିକ୍ଷକ ଭାବେ କିଶାନ ପଣ୍ଡା ଏଥିରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ସୋନାଲୀ ଅସୀମା ସୁତାର ୨ଟି ସ୍ଵର୍ଣ ୨ ଟି କାଂଷ୍ୟ , ମଧୁସ୍ମିତା ପୃଷ୍ଟି ୨ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ , ହିତେଶ କୁମାର ପାତ୍ର ୧ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ, ସାଇ ଆଦ୍ୟାନସୁ ମିଶ୍ର ୧ ଟି ସ୍ୱର୍ଣ୍ଣ, ୧ ଟି କାଂଷ୍ୟ , ଆହାନି ସ୍ବାଇଁ ୧ ଟି ସ୍ଵର୍ଣ୍ଣ, ୨ ଟି କାଂଷ୍ୟ , କିଶାନ ସାହୁ ୧ ଟି ସ୍ୱର୍ଣ୍ଣ, ୧ ଟି କାଂଷ୍ୟ ଓ ପବନ ପ୍ରଧାନ ୧ଟି ରୌପ୍ୟ ୧ଟି କାଂଷ୍ୟ, ଆରାଧ୍ୟା ଜେନା ୧ଟି ରୌପ୍ୟ, ୧ଟି କାଂଷ୍ୟ ଆୟୁଷ ନନ୍ଦ ୧ କାଂଷ୍ୟ, ଦିବ୍ୟଜ୍ୟୋତି ରାଉତ ୧ରୌପ୍ୟ ୧ କାଂଷ୍ୟ, ଅର୍ଚିତା ସାହୂ ୧ ସ୍ୱର୍ଣ୍ଣ, ୧ କାଂଷ୍ୟ ଓ ତୁଷାର ବେହୁରିଆ ୧ କାଂଷ୍ୟ ପଦକ ବିଜୟୀ ହୋଇଛନ୍ତି । ପ୍ରତିଯୋଗୀ ମାନେ ମୋଟ ୨୯ ଟି ପଦକ ଜିତି ଯାଜପୁର ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ପ୍ରତିଯୋଗୀ ମାନଙ୍କ ଏହି ସଫଳତା ପାଇଁ ସଭାପତି ବଟକୃଷ୍ଣ ମହାପାତ୍ର, ଉପ ସଭାପତି ମଦନ ମୋହନ ପତି, ସମ୍ପାଦକ ଜ୍ୟୋତିର୍ମୟ ନାଥଶର୍ମା, ଲୋକନାଥ ମହାପାତ୍ର, ରଞ୍ଜନ ସୁତାର, ତପନ କୁମାର ମହାନ୍ତି, ପ୍ରକାଶ ଲାଳା ମହେଶ୍ବର ବିଶ୍ବାଳ ଓ ଶ୍ୟାମ ସୁନ୍ଦର ବେହେରା ଶୁଭେଚ୍ଛା ଜଣାଇଛନ୍ତି।




