
ଗୋରୁଙ୍କ ସାହାରା ପାଲଟିଛି ଅସ୍ଥାୟୀ ଜଳ ଉତ୍ସ
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀ, ସବୁ ଗାଡ଼ିଆ ପୋଖରୀରେ ଦଳ ଭର୍ତ୍ତି ହୋଇଛି। ପୁରୁଣା ପୋଖରୀ ପୁନରୁଦ୍ଧଶର ବା ପଙ୍କ ଉଦ୍ଧାର ଯୋଜନା ଖା ଖାଲି ଖାତା କଲ କଲମରେ ଚାଲିଛି। ଚ ଗାଁ ମୁଣ୍ଡ ମୁଣ୍ଡରେ ଲୋକେ ବ୍ୟବହାର କରୁଥିବା ଗାଡ଼ିଆ ପୋଖରୀ ପାଣିକୁ ବ୍ୟକ୍ତିଗତ ଭାବେ ସପ ସଫା କରାଯାଉଛି। ହେଲେ ସିମେଣ୍ଟ ପାହାଚ ସାଙ୍ଗକୁ ପୋଖରୀ ଚାରିପଟେ ପାଚେରି ବୁଲିଯିବା ଯୋଗୁଁ ଗାଈ ଗୋରୁ ସେଠାରେ ପାଣି ପିଇ ପାରୁନାହାନ୍ତି। ବିଲ ବାଡ଼ିକୁ ଡ଼ିକୁ ଚରିବାକୁ ଯାଉଥିବା ଗୋରୁ ପଲ୍ଲ ପୂର୍ବାହ୍ଣ ୧୧ଟାରେ ଘର ମୁହାଁ ହେଉଛନ୍ତି।
ରାସ୍ତା କଡ଼ରେ ବା ବିଲ ବାଡ଼ିରେ ଯେଉଁ ସବୁ ପୋଖରୀ ଗଡ଼ିଆ ରହିଛି ଦଳଭର୍ତ୍ତି ଯୋଗୁଁ ସେଠାରୁ ପାଣି ଟୋପାଏ ଗାଈ ଗୋରୁ ପିଇ ପାରୁନାହାନ୍ତି। ହାତ ଗଣତି କେତୋଟି ପଞ୍ଚାୟତ ପକ୍ଷରୁ ପଶୁ ପକ୍ଷୀଙ୍କ ଉଦ୍ଦେଶ୍ୟରେ ଅସ୍ଥାୟୀ ଜଳ ଉତ୍ସ ନିର୍ମାଣ କରାଯାଇଛି। ଯଦିଓ ତାହା ପର୍ଯ୍ୟାପ୍ତ ପରିମାଣ ନୁହେଁ, ତଥାପି ଆବଶ୍ୟକ ସମୟରେ ଗାଈ ଗୋରୁ ସେଠାରେ ଶୋଷ ମେଣ୍ଟାଉଛନ୍ତି। ତେଣୁ ପ୍ରତି ପଞ୍ଚାୟତରେ ଏଭଳି ଜଳ ଉତ୍ସ ନିର୍ମାଣ କରାଗଲେ ଗାଈ ଗୋରୁ ଓ ପଶୁ ପକ୍ଷୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହୋଇ ଛି।




