Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ବିପଦସଂକୁଳ ଅବସ୍ଥାରେ ବଡ଼ସୁଆର-କମଳପୁର ରାସ୍ତା

ପ୍ରଶାସନର ନିରବତାକୁ ନେଇ ଜନଅସନ୍ତୋଷ

​ଯାଜପୁର ୧୫ ୫ (ରଂଜିତ ମହାନ୍ତି): ଜିଲ୍ଲା ଖବର ଯାଜପୁର ଜିଲ୍ଲାରେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ସାଜିଥିବା ବଡ଼ସୁଆର-କମଳପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ଦିନ ଧରି ଏହି ରାସ୍ତାଟି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିଲେ ହେଁ, ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ​ଦୁର୍ଦ୍ଦଶା ଭୋଗୁଛନ୍ତି ପଥଚାରୀ ​ବଡ଼ସୁଆରରୁ କମଳପୁରକୁ ସଂଯୋଗ କରୁଥିବା ଏହି କେନାଲ ବନ୍ଧ ରାସ୍ତାଟି ଉପରେ ପ୍ରତିଦିନ ଶହ ଶହ ଲୋକ ନିର୍ଭର କରିଥାନ୍ତି। ମାତ୍ର ଦୀର୍ଘ ଦିନ ହେଲା ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାଟି ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯିବା ସହ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଯାହାଫଳରେ ବାଇକ୍ ଚାଳକଙ୍କ ଠାରୁ ଆରମ୍ଭ କରି ପଥଚାରୀମାନେ ନାହିଁ ନଥିବା ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହି ରାସ୍ତାରେ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ୁଛି।​ଜଳ ସଂପଦ ବିଭାଗର ନିରବତା​ସୂଚନା ଅନୁଯାୟୀ, ଏହି ରାସ୍ତାଟି ଜଳ ସଂପଦ ବିଭାଗ ଅଧୀନରେ ରହିଛି। ଅଞ୍ଚଳବାସୀ ବାରମ୍ବାର ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାଁନ୍ତି। ବିଭାଗର ଏଭଳି “ଚୁପ୍” ରହିବା ନୀତି ଏବେ ଅଞ୍ଚଳବାସୀଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି।​ତୁରନ୍ତ ପଦକ୍ଷେପ ପାଇଁ ଦାବି​ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଯଦି ଅଳ୍ପ ଦିନ ମଧ୍ୟରେ ଏହି ରାସ୍ତାର ସ୍ଥାୟୀ ପ୍ରତିକାର ବା ମରାମତି କରା ନଯାଏ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ। ସାମଗ୍ରିକ ବିକାଶର ନାରା ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରତି ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଜଳ ସଂପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଦୃଢ ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!