ବିଦ୍ୟୁତ କାଟ ଓ ଡିଜେଲ ଅଭାବରୁ ୫,୩୦୦ରୁ ଅଧୂକ କୁକୁଡ଼ାଙ୍କ ମୃତ୍ୟୁ

ମାଲକାନଗିରି. ୧୭ ୫ ଜିଲ୍ଲା ଖବର : ମାଲକାନଗିରି ଜିଲ୍ଲାର ଏକ କୁକୁଡ଼ା ଫାର୍ମରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରୀଷ୍ମର ପ୍ରକୋପ ସହି ନପାରି ଫାର୍ମରେ ପ୍ରାୟ ୫,୩୦୦ରୁ ଅଧୂକ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଫାର୍ମ ମାଲିକଙ୍କର ଆନୁମାନିକ ୧୫ ଲକ୍ଷ ଟଙ୍କାର ବଡ଼ ଆର୍ଥିକ କ୍ଷତି ହୋଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ସମ୍ପୂକୁ କୁକୁଡ଼ା ଫାର୍ମର ଟ୍ରାନ୍ସଫର୍ମରଟି ଖରାପ ହୋଇଯିବା ଫଳରେ ସେଠାରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ପ୍ରବଳ ଖରା ଓ ଉତ୍ତାପ ଯୋଗୁଁ ଫାର୍ମ ଭିତରେ ଥିବା କୁକୁଡ଼ାମାନଙ୍କୁ ସୁରକ୍ଷିତ ରଖୁବା ପାଇଁ କୁଲିଂ ଏବଂ ଭେଣ୍ଡିଲେସନ ସିଷ୍ଟମ ଚଳାଇବା ଜରୁରୀ ଥିଲା। ଏଥିପାଇଁ ଫାର୍ମ ମାଲିକ ଡିଜେଲ ଜେନେରେଟର (DG set) ସାହାରା ନେଇଥିଲେ।ତେବେ ସ୍ଥାନୀୟ ଅଞ୍ଚଳରେ ଡିଜେଲର ଘୋର ଅଭାବ ଦେଖାଦେଇଥୁଲା, ଯାହା ସ୍ଥିତିକୁ ଆହୁରି ସଂଗୀନ କରିଦେଇଥିଲା। ବିଦ୍ୟୁତ ନଥୁବା ଏବଂ ଜେନେରେଟର ପାଇଁ ଡିଜେଲ ନମିଳିବା ଯୋଗୁଁ ଅତ୍ୟଧୂକ ଗରମ ଓ ଛଟପଟ ହୋଇ ପ୍ରାୟ ୫,୩୦୦ କୁକୁଡ଼ା ଆଖ୍ ବୁଜିଥ୍ଲେ। ମୃତ କୁକୁଡ଼ାଗୁଡ଼ିକର ମୋଟ ଓଜନ ପ୍ରାୟ ୧୨ ଟନ ହେବ ବୋଲି ଆକଳନ କରାଯାଇଛି।ଗଣମାଧ୍ୟମ ପ୍ରତିନିଧୂଙ୍କ ସହ କଥା ହେବା ସମୟରେ ଦୁଃଖରେ ଭାଙ୍ଗିପଡ଼ିଥିବା ଫାର୍ମ ମାଲିକ ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ:”ଏଭଳି ଜରୁରୀକାଳୀନ ପରିସ୍ଥିତି ସତ୍ତ୍ବେ ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକ ବ୍ୟାରେଲରେ ଡିଜେଲ ଦେବାକୁ ତୁରନ୍ତି ଡିଜେଲ ସାଫ୍ ମନା *ମନା କରିଦେଇଥିଲେ। ଲ। ଯଦି ତୁରନ୍ତ ଯୋଗାଇ ଦିଆନଯାଏ ଏବଂ ବିଦ୍ୟୁତ ସମସ୍ଯାଗ ର ସମାଧାନ ନହୁଏ, ତେବେ ଫାର୍ମରେ ବାକି ଥିବା ଅନ୍ୟ କୁକୁଡ଼ାମାନେ ମଧ୍ଯ ମରିଯିବେ।”ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ବ୍ୟବସ ମଧ୍ୟରେ ଅସ ଅସନ୍ତୋଷ ପ୍ରକାଶ କାଶ ପାଇଛି ଏବଂ ବସାୟୀଙ୍କ ପ୍ରଶାସନ ତୁରନ୍ତି ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।




