Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧୀ ଅଭିଯାନ ଜାରି: ଯାଞ୍ଚରେ ଅସହଯୋଗ ପାଇଁ ଚା’ ଦୋକାନ ସିଲ୍।

ନୂଆପଡ଼ାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧୀ ଅଭିଯାନ ଜାରି: ଯାଞ୍ଚରେ ଅସହଯୋଗ ପାଇଁ ଚା’ ଦୋକାନ ସିଲ୍।

​ନୂଆପଡା, ୨୪/୦୫ (ଜିଲ୍ଲା ଖବର ଲାଇଫ୍ – ଓମ ପ୍ରକାଶ ଚୌଧୁରୀ): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ (Single Use Plastic-SUP) ବର୍ଜନ ପାଇଁ କଡ଼ାକଡ଼ି ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ସ୍ୱଚ୍ଛତା ଟିମ୍ ପକ୍ଷରୁ ଖରିଆର ରୋଡ଼ ଅଞ୍ଚଳରେ ଏକ ବିଶେଷ ଯାଞ୍ଚ ଅଭିଯାନ କରାଯାଇଥିଲା।​ଯାଞ୍ଚ ସମୟରେ ଖରିଆର ରୋଡ଼ ରେଳ ଷ୍ଟେସନ ନିକଟରେ ଥିବା “ଗୁପ୍ତା ଟି ଷ୍ଟଲ” ପକ୍ଷରୁ ପ୍ରଶାସନିକ ଟିମକୁ ଅସହଯୋଗ କରାଯାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ନୂଆପଡା ଉପଜିଲ୍ଲାପାଳ ତଥା ଏସଡିଏମ୍ ସୁର୍ମି ସୋରେନଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଦୋକାନକୁ ତୁରନ୍ତ ସିଲ୍ କରାଯାଇଛି। କ୍ଷମାନିଧି ଭୋଇ (ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ) ​କମଳାସେନ ରଥ (କାର୍ଯ୍ୟନିର୍ବାହୀ ଅଧିକାରୀ, ଖରିଆର ଏନଏସି) ​ରଶ୍ମି ରଞ୍ଜନ ପାତ୍ର (ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା)​ଅନିଲ କୁମାର ଲେଙ୍କା (ଜିଲ୍ଲା ସଂଯୋଜକ, ସ୍ୱଚ୍ଛ ଭାରତ ଅଭିଯାନ) ​ଏହା ସହିତ ସ୍ଥାନୀୟ ପୁଲିସ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଏହି ଚଢ଼ାଉରେ ସାମିଲ ଥିଲେ।​ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଏବଂ ପ୍ରଶାସନର ଏହି ସ୍ୱଚ୍ଛତା ଅଭିଯାନରେ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତା ଓ ସମସ୍ତ ବ୍ୟବସାୟୀଙ୍କୁ ଅନୁରୋଧ କରାଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!