Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଗାନ୍ଧୀଜୀଙ୍କ ସ୍ମୃତି ରେ ପଦଯାତ୍ରା

ଗାନ୍ଧୀଜୀଙ୍କ ସ୍ମୃତି ରେ ପଦଯାତ୍ରା

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟବରୀ-୧୯୩୪ ମସିହା ମଇ ୩୧ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ହରିଜନ ପଦଯାତ୍ରା’ ସମୟରେ ବରୀ ଆଗମନର ପବିତ୍ର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ବରୀବାସୀଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ କାଇପଡ଼ା ଗୋଲାହାଟସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ ଏକ ବିଶାଳ ସର୍ବଧର୍ମ ପଦଯାତ୍ରା ବାହାରି କଳାମାଟିଆ ସହୀଦ ପୀଠରେ ପହଞ୍ଚିଥିଲା, ଯେଉଁଠାରେ ଶତାଧିକ ମହିଳା ଓ ପୁରୁଷ ବିରାଟ ତ୍ରିରଙ୍ଗା ପତାକା ଧରି ‘ରଘୁପତି ରାଘବ ରାଜାରାମ’ ଗାନ କରିବା ସହ ସହୀଦ ସାଉଁଟି ମଲ୍ଲିକ, ସାନନ୍ଦ ସ୍ୱାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସଙ୍କ ସଂଯୋଜନା ରେ ସରପଞ୍ଚ ରଞ୍ଜିତା ପରିଡ଼ା, ସମିତି ସଭ୍ୟା ସୁଧାଂଶୁବାଳା ସାମଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା,ସରପଞ୍ଚ ମାନସ ଜେନା, ରମାକାନ୍ତ ମଲ୍ଲିକ, ଦୁଷ୍ମନ୍ତ ସେଠୀ, ଦୁର୍ଯ୍ୟୋଧନ ଦଳେଇ, ପ୍ରଭାସ ଚନ୍ଦ୍ର ଦାସ, ବିରଜା ପ୍ରସାଦ ପରିଡ଼ା, ଡକ୍ଟର ନୃସିଂହ ବେହେରା,ଶିବ ଦାସ, ବିଷ୍ଣୁ ମିଶ୍ର, ବୃନ୍ଦାବନ ସାମଲ,ସମେତ ବିଭିନ୍ନ ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ,ବିଭିନ୍ନ କୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!