ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ: ପରିକ୍ରମା କଲା ସଚେତନତା ରଥ
ନୂଆପଡ଼ା ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ: ପରିକ୍ରମା କଲା ସଚେତନତା ରଥ

ଖଡ଼ିଆଳ, ୧୨ ୬ (ଜିଲ୍ଲା ଖବର. ଓମ ପ୍ରକାଶ ଚୌଧୁରୀ ):
ସମାଜରୁ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ସହ ଶିଶୁମାନଙ୍କୁ ସୁରକ୍ଷା ଓ ଶିକ୍ଷାର ଅଧିକାର ଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ “ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ” ବ୍ୟାପକ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ “ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା – ଆମ ସଂକଳ୍ପ” ଶୀର୍ଷକ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି, ଯାହା ସମଗ୍ର ଜିଲ୍ଲା ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ।ଜିଲ୍ଲାପାଳଙ୍କ ଦ୍ୱାରା ରଥ ଶୁଭାରମ୍ଭନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରଥକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ସେମାନଙ୍କୁ ଶ୍ରମରୁ ମୁକ୍ତ କରି ଶିକ୍ଷା ଦେବା ପାଇଁ ସମସ୍ତେ ମିଳିତ ଭାବେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ। ଖଡ଼ିଆଳ କ୍ଷେତ୍ରୀୟ ଭବନ ଠାରେ ଭବ୍ୟ କାର୍ଯ୍ୟକ୍ରମନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କ୍ଷେତ୍ରୀୟ ଭବନ ଠାରେ ଏହି ଉପଲକ୍ଷେ ଏକ ବିଶେଷ ସଭାର ଆୟୋଜନ କରାଯାଇଥିଲାଜିଲ୍ଲା ଆଇନ ସେବା ପ୍ରାଧିକରଣ ନବନିତା ଦାଶଜିଲ୍ଲା ଶ୍ରମ ଅଧିକାରୀ: ଜସ୍ମିନ ଏହା ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ପ୍ରମୁଖ ଯୋଗ ଦେଇଥିଲେ।ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଗଠନ ପାଇଁ ଆହ୍ୱାନ ଉପସ୍ଥିତ ଅତିଥିମାନେ ଶିଶୁ ଶ୍ରମିକ ପ୍ରଥା ସମାଜ ପାଇଁ ଏକ କଳଙ୍କ ବୋଲି ଅଭିହିତ କରିବା ସହ ଏହାର ନିରାକରଣ ପାଇଁ କଡ଼ା ଆଇନଗତ ବ୍ୟବସ୍ଥା ଏବଂ ସାମାଜିକ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସଚେତନତା ରଥ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍, ପଞ୍ଚାୟତ ଓ ଗ୍ରାମ ପରିକ୍ରମା କରି ଶିଶୁ ଶ୍ରମିକ ବିରୋଧରେ ସ୍ଲୋଗାନ ଏବଂ ମାଇକ୍ ପ୍ରଚାର ମାଧ୍ୟମରେ ସାଧାରଣ ଜନତାଙ୍କୁ ସଚେତନ କରାଇବ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନର କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।




