Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଓ ରକ୍ତଦାନ ଶିବିର: ୩୮ ୟୁନିଟ୍ ରକ୍ତ ସଂଗ୍ରହ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଓ ରକ୍ତଦାନ ଶିବିର: ୩୮ ୟୁନିଟ୍ ରକ୍ତ ସଂଗ୍ରହ

ନୂଆପଡା ୨୫ ୮ :(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ):ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହ ପରିସରରେ ଏକ ଆଇନ ସଚେତନତା ଶିବିର ତଥା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।​ଏହି କାର୍ଯ୍ୟକ୍ରମରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା (AI) ତଥା ସୁପ୍ରିମକୋର୍ଟଙ୍କ ‘ସୁଭାସ’ (SUVAs) ସଫ୍ଟୱେୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ ୨୦୨୫, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ ୨୦୦୭, ମଧ୍ୟସ୍ଥତା ଆଇନ ୨୦୦୭ ଏବଂ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ (PCPNDT) ଆଇନ ୧୯୯୪ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସଚେତନତା ସୃଷ୍ଟି କରାଯାଇଥିଲା। ​ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ଯୋଗ ଦେଇଥିଲେ। ​ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର ​ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା​ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ​ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ​ଏସ୍.ଡି.ଜେ.ଏମ୍. ସ୍ନାତକି ଦାଶ​ବିଚାର ବିଭାଗୀୟ ଦଣ୍ଡାଧିକାରୀ କାହ୍ନୁ କିସ୍କୁ​ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅନିଲ କୁମାର ତାଣ୍ଡି​ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ​ଏହି ଅବସରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!