Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସୁୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପାଇବେ ୧.୦୩ କୋଟିରୁ ଅଧିକ ହିତାଧିକାରୀ

ସୁୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପାଇବେ ୧.୦୩ କୋଟିରୁ ଅଧିକ ହିତାଧିକାରୀ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କରାଯିବ। ଏନେଇ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଅବଗତ କରିଛନ୍ତି।

ପଞ୍ଚମ କିସ୍ତିରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଡିବିଟି ଜରିଆରେ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ, ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ଏହି କିସ୍ତି ପାଇବାକୁ ମନୋନୀତ ହୋଇଛନ୍ତି। ଏଥିପାଇଁ ସରକାର ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଠିକ୍‌ ସମୟରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ବିଶେଷ କରି ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ, ଆଧାର ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନ୍‌ପିସିଆଇ ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏହାଦ୍ୱାରା ହିତାଧିକାରୀଙ୍କ ନିକଟରେ ବିନା ବିଳମ୍ବରେ ଆର୍ଥିକ ସହାୟତା ପହଞ୍ଚାଇବାକୁ ପ୍ରୟାସ କରାଯାଉଛି।

ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବାରେ ପଞ୍ଚମ କିସ୍ତିର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!