Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡାରେ ଅବୈଧ ଧାନ ପରିବହନ ବିରୋଧରେ କଡା ଯାଞ୍ଚ ଜାରି: ଦୁଇ ଟ୍ରକରୁ ୧୭୨ କ୍ୱିଣ୍ଟାଲ ଧାନ ଜବତ

ନୂଆପଡାରେ ଅବୈଧ ଧାନ ପରିବହନ ବିରୋଧରେ କଡା ଯାଞ୍ଚ ଜାରି: ଦୁଇ ଟ୍ରକରୁ ୧୭୨ କ୍ୱିଣ୍ଟାଲ ଧାନ ଜବତ

ନୂଆପଡା, ୨୬/୦୫: (ଜିଲ୍ଲା ଖବର ଲାଇଫ ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲାରେ ଅବୈଧ ଧାନ ପରିବହନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଯାଞ୍ଚ ଜାରି ରହିଥିବା ବେଳେ ଦୁଇଟି ଭିନ୍ନ ଘଟଣାରେ ମୋଟ ୧୭୨.୭୪ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି।ପ୍ରଥମ ଘଟଣାରେ, ନିୟମିତ ପେଟ୍ରୋଲିଂ ସମୟରେ ଏନଏଚ–୩୫୩ ଅନ୍ତର୍ରାଜ୍ୟ ଛତିଶଗଡ଼ ସୀମାନ୍ତରେ ଗାଡ଼ି ନମ୍ବର CG 10 BM 0181 କୁ ଅଟକାଯାଇଥିଲା। ଉକ୍ତ ଗାଡ଼ିର ଚାଳକ ଶାନ୍ତନୁ ପଟେଲଙ୍କ ନିକଟରୁ ୪୧୦ ବସ୍ତାରେ ରହିଥିବା ୧୨୨.୫୪ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ଏହି ଚଢାଉ ସମୟରେ ଏସିଏସଓ ହୃଷିକେଶ ନାୟକ ଓ ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ଦାଶ ଉପସ୍ଥିତ ଥିଲେ।ଦ୍ୱିତୀୟ ଘଟଣାରେ, ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ସିନାପାଲି ବ୍ଲକର ବରଗାଁ ଅଞ୍ଚଳରେ ଗାଡ଼ି ନମ୍ବର OD26 D1694 କୁ ଅଟକାଯାଇଥିଲା। ଗାଡ଼ିର ଚାଳକ ବିସିକେଶନ ବୈଠାରୁଙ୍କ ନିକଟରୁ ୧୨୫ ବସ୍ତାରେ ଥିବା ୫୦.୨୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ଏହି ଯାଞ୍ଚ ସମୟରେ ଯୋଗାଣ ନିରୀକ୍ଷକ ଦେବେନ୍ଦ୍ର ସେଠିଆ (ସିନାପାଲି), ଆଲୋକ ପାତ୍ର (ବୋଡେନ) ଏବଂ ସୌମ୍ୟ ରଞ୍ଜନ ମହାନନ୍ଦ (ଖାରିଆର ) ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅବୈଧ ଧାନ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!