
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀ କଳାମାଟିଆ ମୁଖ୍ୟ ରାସ୍ତାର ସାଇ ମନ୍ଦିରଠାରୁ ବାଲି ବିଲ ବାଲୁଙ୍କେଶ୍ଵର ମନ୍ଦିର ପର୍ଯ ପର୍ଯ୍ୟନ୍ତ ସଂଯୋଗୀ ଗ୍ରାମ୍ୟ ଉନ୍ନୟନ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଯାଇଛି। ରାସ୍ତାଟିର ଦୁଇ କଡ଼କୁ ଅନାବନା ଘାସ ଗଛ ମାଡ଼ି ଆସିଛି। ପିଚୁ ଖଣ୍ଡିଆ ହୋଇ ବଡ଼ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ବିଶେଷ କରି କେନ୍ଦ୍ରାପଡ଼ା ଜିଲା ଓ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଞ୍ଚ ଅଞ୍ଚଳରୁ ଲୋକ ଜିଲା ପ୍ରସିଦ୍ଧ ସାଇ ମନ୍ଦିରକୁ ଯାତାୟାତ କରିଥାନ୍ତି ଥାନ୍ତି। ସେହିପରି ବରୀ ବ୍ଲକ କଳାମାଟିଆ, ଅନ୍ୟାସୀପୁର ପଞ୍ଚାୟତ ସହିତ ବାଲିବିଲ ପଞ୍ଚାୟତର କ୍ଷେମେଶ୍ବର, କେଁକରଡା ଗ୍ରାମର ଲୋକମାନେ ରାସ୍ତା ଦେଇ ବ୍ଳକ ଓ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାତାୟାତ କରିଥାନ୍ତି। ତୁରନ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି।




