Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ବ୍ରହ୍ମପୁର ସାଇବର ପୋଲିସର ବଡ଼ ସଫଳତା: ଉଦ୍ଧାର ହେଲା ୯୪ଟି ହଜିଲା ସ୍ମାର୍ଟଫୋନ୍

ବ୍ରହ୍ମପୁର ସାଇବର ପୋଲିସର ବଡ଼ ସଫଳତା: ଉଦ୍ଧାର ହେଲା ୯୪ଟି ହଜିଲା ସ୍ମାର୍ଟଫୋନ୍

 

​ବ୍ରହ୍ମପୁର (ଜିଲ୍ଲା ଖବର ଲାଇଫ ): ବ୍ରହ୍ମପୁର ସାଇବର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଭିନ୍ନ ସ୍ଥାନରୁ ହଜିଯାଇଥିବା ୯୪ଟି ଦାମୀ ସ୍ମାର୍ଟଫୋନକୁ ସଫଳତାର ସହ ଉଦ୍ଧାର କରିଛି ସାଇବର ପୋଲିସ ଷ୍ଟେସନ। ​ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ (SP) ନିଜ ହସ୍ତରେ ଆଇଫୋନ୍ ସମେତ ୬୧ଟି ସ୍ମାର୍ଟଫୋନ୍‌କୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରିଛନ୍ତି। ବାକି ୩୩ ଟି ମୋବାଇଲ୍ ଫୋନ୍‌କୁ କୋରିଅର ଏବଂ ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ ମାଲିକମାନଙ୍କ ପାଖକୁ ପଠାଯାଉଥିବା ପୋଲିସ ସୂଚନା ଦେଇଛି। ​CEIR ପୋର୍ଟାଲ୍ ସାଜିଲା ସାରଥି ​କେନ୍ଦ୍ରୀୟ ଉପକରଣ ପରିଚୟ ପଞ୍ଜିକାର (CEIR) ପୋର୍ଟାଲ୍ ଏବଂ ଆଧୁନିକ ଟ୍ରାକିଂ କୌଶଳ ବ୍ୟବହାର କରି ପୋଲିସ ଏହି ସଫଳତା ପାଇଛି। ସୂଚନାଯୋଗ୍ୟ ଯେ, ଚଳିତ ୨୦୨୬ ବର୍ଷରେ ସାଇବର ପୋଲିସ ଏପର୍ଯ୍ୟନ୍ତ ସମୁଦାୟ ୪୭୫ଟି ହଜିଲା ମୋବାଇଲ୍ ଫୋନ୍ ଉଦ୍ଧାର କରି ଜନସାଧାରଣଙ୍କୁ ହସ୍ତାନ୍ତର କରିସାରିଲାଣି। ​ଚାଲିଥିଲା ‘ସ୍ୱତନ୍ତ୍ର ଅଭିଯାନ’ ​ନିକଟରେ ମୋବାଇଲ୍ ହଜିବା ନେଇ ବହୁ ସଂଖ୍ୟକ ଅଭିଯୋଗ ଆସିବା ପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସାଇବର ପୋଲିସ ଷ୍ଟେସନ ପକ୍ଷରୁ ମେ ୨୦२୬ ରୁ ଏକ ସ୍ୱତନ୍ତ୍ର ପୁନରୁଦ୍ଧାର ଅଭିଯାନ (Special Recovery Drive) ଆରମ୍ଭ କରାଯାଇଥିଲା। ଏହି ସଫଳ ଅଭିଯାନରେ: ​ଇନସ୍ପେକ୍ଟର ଶଙ୍କର ପଣ୍ଡା, ଇନସ୍ପେକ୍ଟର ସୌମ୍ୟ ଜଲ୍ଲୀ, ଇନସ୍ପେକ୍ଟର ଗାୟତ୍ରୀ ଗୋଚ୍ଛାୟତ ​କନଷ୍ଟେବଳ ଅଜିତ କୁମାର ଗୌଡ଼ା, ରାଜେନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ଜେନା, ଡି.ଏମ୍. ଡୋରା ଏବଂ ଡି. ଗୌଡ଼ା ପ୍ରମୁଖ ସାମିଲ ହୋଇ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।​ଯଦି ଆପଣଙ୍କର ମୋବାଇଲ୍ ଫୋନ୍ ହଜିଯାଇଛି, ତେବେ ଚିନ୍ତା ନକରି ବ୍ରହ୍ମପୁର ସାଇବର ପୋଲିସ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ନମ୍ବର ଓ ଇମେଲ୍‌ରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!