Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ବଙ୍ଗୋପସାଗରରେ ଜାହାଜ ବୁଡ଼ି ଯାଇଥିବା ଘଟଣା: ୨୨ ନାବିକଙ୍କୁ ଖୋଜୁଛନ୍ତି ଭାରତୀୟ ନୌସେନା ଓ ୨ଟି ଚୀନ୍ ଜାହାଜ

ବଙ୍ଗୋପସାଗରରେ ଜାହାଜ ବୁଡ଼ି ଯାଇଥିବା ଘଟଣା: ୨୨ ନାବିକଙ୍କୁ ଖୋଜୁଛନ୍ତି ଭାରତୀୟ ନୌସେନା ଓ ୨ଟି ଚୀନ୍ ଜାହାଜ

ଭୁବନେଶ୍ୱର/ପାରାଦୀପ: ବଙ୍ଗୋପସାଗରରେ ଚୀନ୍‌ ଅଭିମୁଖେ ଯାଉଥିବା ଜାହାଜ ‘ଏମ୍‌ଭି ଓସେନ୍ ୱିନର୍‌’ (MV Ocean Winner) ବୁଡ଼ିଯିବା ପରେ ନିଖୋଜ ଥିବା ୨୨ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆହୁରି ଜୋରଦାର ହୋଇଛି। ମଙ୍ଗଳବାର ଦିନ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ସହ ମିଶି ଦୁଇଟି ଚୀନ୍ ଜାହାଜ ଏହି ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅଭିଯାନରେ ସାମିଲ ହୋଇଛନ୍ତି।

୨୪ ଜଣ ନାବିକଙ୍କୁ ନେଇ ୨୮ ବର୍ଷ ପୁରୁଣା ଏହି ଜାହାଜଟି ଗତ ଅଗଷ୍ଟ ୨୧ (ଶୁକ୍ରବାର) ଦିନ ପାରାଦୀପ ବନ୍ଦରରୁ ସିଙ୍ଗାପୁର ଦେଇ ଚୀନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଅଗଷ୍ଟ ୨୨ (ଶନିବାର) ଦିନ ବିଶାଖାପାଟଣାଠାରୁ ପ୍ରାୟ ୭୦୦ କିଲୋମିଟର ପୂର୍ବରେ ବଙ୍ଗୋପସାଗରରେ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ଯାଇଥିଲା।

ଦୁର୍ଘଟଣା ଦିନ ହିଁ (ଅଗଷ୍ଟ ୨୨ ସନ୍ଧ୍ୟାରେ) ୨ ଜଣ ଚୀନ୍ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବାକି ୨୨ ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ନାବିକଙ୍କ ମଧ୍ୟରେ ୧୮ ଜଣ ଚୀନ୍‌ ନାଗରିକ, ୩ ଜଣ ମ୍ୟାନ୍‌ମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ରହିଛନ୍ତି।

ମଙ୍ଗଳବାର ସର୍ଚ୍ଚ ଅପରେସନ୍ ବେଳେ ଭାରତୀୟ ତଟରକ୍ଷୀ ବାହିନୀ ଏକ କ୍ଷତିଗ୍ରସ୍ତ ଲାଇଫ୍‌ବୋଟ୍‌ ଠାବ କରିଥିଲା। ତେବେ ସେଥିରେ କୌଣସି ଜୀବିତ ନାବିକ ନଥିବା ରିପୋର୍ଟରୁ ପ୍ରକାଶ ପାଇଛି।

ବେଜିଂସ୍ଥିତ ମାରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର (MRCC) ସହ ସମନ୍ୱୟ ରକ୍ଷା କରି ଭାରତୀୟ ସଂସ୍ଥାଗୁଡ଼ିକ ଉଦ୍ଧାର କାର୍ଯ୍ୟକୁ ଆହୁରି ବ୍ୟାପକ କରିଛନ୍ତି। ଚୀନ୍‌ର ଦୁଇଟି ଜାହାଜ ସହିତ ଉକ୍ତ ସାମୁଦ୍ରିକ କ୍ଷେତ୍ରରେ ଯାତାୟାତ କରୁଥିବା ଅନ୍ୟ ମାଲବାହୀ ଜାହାଜ ଏବଂ କୋଷ୍ଟଗାର୍ଡର ଅତିରିକ୍ତ ଜାହାଜକୁ ନିୟୋଜିତ କରାଯାଇଛି।

ନିଖୋଜ ସମସ୍ତ ନାବିକଙ୍କୁ ଠାବ ନକରିବା ପର୍ଯ୍ୟନ୍ତ ସମସ୍ତ ଉପଲବ୍ଧ ସମ୍ବଳ ବ୍ୟବହାର କରି ଏହି ଉଦ୍ଧାର ଅଭିଯାନ ଜାରି ରହିବ ବୋଲି ସୂଚନା ମିଳି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!