Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ନୂଆପଡାରେ ତିନିଦିନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସମ୍ବନ୍ଧୀୟ ରେଡ୍‌ ୱାର୍ଣ୍ଣିଂ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ

ନୂଆପଡା ତା:୧୮.୦୪: (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସମ୍ବନ୍ଧୀୟ ରେଡ୍‌ ୱାର୍ଣ୍ଣିଂ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ନୂଆପଡା ଜିଲ୍ଲାପାଳ ଙ୍କ ଦ୍ଵାରା ନିର୍ଦ୍ଧେଶ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା। ନୂଆପଡା ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ସରକାରୀ, ସରକାରୀ ସ୍ୱୀକୃତି ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହ ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜବହାର ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟକୁ ଆସନ୍ତା ୨୦.୦୪.୨୦୨୬ ରୁ ୨୨.୦୪.୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା। ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟରୀ ପରୀକ୍ଷ ସକାଳ ୭ଟାରୁ ୯ଟା ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଫଳ, ରସ ଓ ଓଆରଏସ୍‌ ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ସହିତ ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଜାରି ରହିବ। ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ ଏବଂ ଜନଗଣନା କାମ, ଭର୍ତ୍ତି ପ୍ରକ୍ରିୟା, ୟୁନିଫର୍ମ ବଣ୍ଟନ ଓ ରେକର୍ଡ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!