ଉତ୍କଳ ସାମ୍ବାଦିକ ସଙ୍ଘ ଓଡ଼ିଶା ଆହ୍ୱାନ କ୍ରମେ ନୂଆପଡ଼ା ଜିଲ୍ଲା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
୬ ଦଫା ଦାବୀ ପ୍ରଦାନ କରିଥିଲେ।

ନୂଆପଡା ତ୨୯.୦୪. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )-ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ସାମ୍ବାଦିକ ସଙ୍ଘ ଓଡ଼ିଶା ଆହ୍ୱାନ କ୍ରମେ ନୂଆପଡ଼ା ଜିଲ୍ଲା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଙ୍ଘ ଓଡ଼ିଶା ସହବନ୍ଧିତା ଥିବାବେଳେ ଜିଲ୍ଲାରେ ସାମ୍ବାଦିକ ଙ୍କ ପାଇଁ ଆବଶ୍ୟକ ଥିବା ଦାବୀ ଉପସ୍ଥାପନା କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକ ପେନସନ ବ୍ୟବସ୍ଥା, ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ପ୍ରେସ ଏକାଡେମୀ ଗଠନ, ସ୍ୱାସ୍ଥ୍ୟ ବୀମା ସମ୍ପ୍ରସାରଣ, ଅନୁକମ୍ପା ରାଶି କୁ ୧୦ ଲକ୍ଷ୍ୟକୁ ବୃଦ୍ଧି ଆଦି ୬ ଦଫା ଦାବୀ ପ୍ରଦାନ କରିଥିଲେ।ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁରେଶ ଆଚାରୀ, ସମ୍ପାଦକ ଦେବାନନ୍ଦ ତାଣ୍ଡି, ରାଜକିରଣ ସିଂ ଦେଓ, ଦୀପକ ପାଢ଼ୀ, ସମ୍ବ ସରାଫ ପ୍ରମୁଖ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବୀ ଜଣାଇଛନ୍ତି। ବିକ୍ଷୋଭ ଏବଂ ଧାରଣା ରେ ଜିଲ୍ଲା ର ବିଭିନ୍ନ ସଂଘ୍ ଓ କ୍ଲବ୍ ରୁ ସଦସ୍ୟ ମାନେ ଯୋଗ ଦେଇ ସମର୍ଥନ ଜଣାଇଥିଲେ।




