Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥରେ ବନ୍ୟା ଜଳ:

ଯାତାୟାତ ବାଧାପ୍ରାପ୍ତ, ସତର୍କ ରହିବାକୁ ଚାଳକଙ୍କୁ ପରାମର୍ଶ

​ନୂଆପଡ଼ା (ଜିଲ୍ଲା ଖବର ଲାଇଭ ), ୨୯/୦୭: ନୂଆପଡ଼ା ଜିଲ୍ଲାରେ ବିଗତ କିଛି ଦିନ ହେବ ଲଗାଣ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଏହାର ଗମ୍ଭୀର ପ୍ରଭାବ ଜନଜୀବନ ଓ ଯାତାୟାତ ଉପରେ ପଡ଼ିଛି। ମଙ୍ଗଳବାର ଅପରାହ୍ନରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ଫଳରେ ୩୫୩ ନମ୍ବର ଜାତୀୟ ରାଜପଥର ପାଳସିପାନି ଏବଂ ବଞ୍ଜରି ଗ୍ରାମ ମଝିରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

​ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ିମୋଟର, ବିଶେଷ କରି ମାଲବାହୀ ଟ୍ରକ ଓ ବସ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।​ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆବଶ୍ୟକ ସୁରକ୍ଷା ନିୟମ ପାଳନ କରିବା ସହ ବିପଦପୂର୍ଣ୍ଣ ଭାବେ ପାଣିରେ ଗାଡ଼ି ନ ଚଳାଇବାକୁ ପ୍ରଶାସନ ତରଫରୁ ବିଶେଷ ଆହ୍ୱାନ କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଏହି ମାର୍ଗରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!