ଖଡ଼ିଆଳରେ ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ଖଡ଼ିଆଳରେ ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଖଡ଼ିଆଳ (ଜିଲ୍ଲା ଖବର ଲାଇଭ )/ତା: ୨୯.୦୭: ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.) ପକ୍ଷରୁ ଆଜି ଖଡ଼ିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାଭକ୍ତିର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁସଂଖ୍ୟକ ସ୍ୱୟଂସେବକ ଉପସ୍ଥିତ ରହି ପରମ ପବିତ୍ର ଭଗବା ଧ୍ୱଜକୁ ଗୁରୁ ରୂପେ ପୂଜାର୍ଚ୍ଚନା କରିବା ସହ ଆନୁଷ୍ଠାନିକ ଭାବେ ଗୁରୁ ଦକ୍ଷିଣା ଅର୍ପଣ କରିଥିଲେ। ଉତ୍ସବରେ ସଂଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନେ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପរାର ମହତ୍ତ୍ୱ ଓ ଭାରତୀୟ ସଂସ୍କୃତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ବୈଠକରେ ବକ୍ତାମାନେ କହିଥିଲେ ଯେ, ଭାରତ ହେଉଛି ଗୁରୁ ପରମ୍ପରାର ଦେଶ। ପ୍ରାଚୀନ କାଳରୁ ପ୍ରଚଳିତ ଏହି ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିର ପ୍ରାଣବିନ୍ଦୁ। ସମାଜରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଉଚ୍ଚ-ନୀଚର ଭେଦଭାବ ଦୂର କରି ସମଭାବପୂର୍ଣ୍ଣ ମନୋଭାବ ସୃଷ୍ଟି କରିବା ପାଇଁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ରାଷ୍ଟ୍ରଭକ୍ତି ଓ ସେବା ମନୋଭାବ ଜାଗ୍ରତ କରି ଦେଶର ପ୍ରଗତିରେ ଭାଗିଦାର ହେବାକୁ କୁହାଯାଇଥିଲା।
ଶେଷରେ ସମସ୍ତ ସ୍ୱୟଂସେବକ ଭାରତୀୟ ସଂସ୍କୃତି, ଗୁରୁ-ଶିଷ୍ୟ ପରମ୍ପରା ଏବଂ ସନାତନ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଗୁରୁ ପୂର୍ଣ୍ଣିମା ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଗାନ୍ୟମାନ୍ୟ ବ୍ୟକ୍ତି ଓ ସଂଘର ସ୍ୱୟଂସେବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।




