Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ୩ ମାସ ପରେ ବି ମିଳିନି ନୂଆ ବହି, ସାମ୍ନାରେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ୩ ମାସ ପରେ ବି ମିଳିନି ନୂଆ ବହି, ସାମ୍ନାରେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ସାଢ଼େ ୩ ମାସ ଧରି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଆଗକୁ ଷାଣ୍ମାସିକ ପରୀକ୍ଷା ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ଭୁଲ ନୂଆ ବହି ଯୋଗାଇ ଦିଆଯାଇ ନାହିଁ। ଫଳରେ ପରୀକ୍ଷାରେ କେଉଁ ଉତ୍ତରକୁ ଆଧାର କରି ଲେଖିବେ, ତାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ଘୋର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।ଘୋଷଣାର ୨ ମାସ ପରେ ବି ମିଳିନି ନୂଆ ବହିଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଶହ ଶହ ଭୁଲ୍ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଭାବକ ଓ ଶିକ୍ଷାବିତ୍‌ମାନଙ୍କ ଦାବି ପରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟିଶୂନ୍ୟ ନୂଆ ବହି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ଏହି ଘୋଷଣାକୁ ପ୍ରାୟ ୨ ମାସ ବିତିବାକୁ ବସିଥିଲେ ସୁଦ୍ଧା ନୂଆ ବହି କେବେ ମିଳିବ, ସେନେଇ କୌଣସି ସ୍ପଷ୍ଟତା ନାହିଁ। ବିଭାଗୀୟ ମନ୍ତ୍ରୀ, ସଚିବ କିମ୍ବା ଉଚ୍ଚାଧିକାରୀଙ୍କ ପାଖରୁ ସୂଚନା ନମିଳିବା ଅଭିଯୋଗକୁ ଆହୁରି ସଂଗୀନ କରିଛି।ପାଠ୍ୟପୁସ୍ତକରେ ଏତେ ପରିମାଣର ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଏହା ପଛରେ ଚକ୍ରାନ୍ତ ଥିବା ସନ୍ଦେହ କରି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ତଦନ୍ତକାରୀ ଟିମ୍ ମନୋଜ ପାଢ଼ୀଙ୍କୁ ଗିରଫ କରିବା ସହ NCERT ରୁ ଆରମ୍ଭ କରି ବହି ଛପା ପର୍ଯ୍ୟନ୍ତ ବିଭିନ୍ନ ଦିଗର ଯାଞ୍ଚ କରିଥିଲା। ତେବେ ବର୍ତ୍ତମାନ ତଦନ୍ତର ଗତି ଧିମେଇ ଯାଇଥିବା ଅଭିଯୋଗ ହେଉଛି। ଏତେ ବଡ଼ ତ୍ରୁଟି କାହା ଭୁଲ୍‌ ପାଇଁ ହେଲା ଏବଂ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।ପରୀକ୍ଷା ନିକଟେଇ ଆସୁଥିବାରୁ ପୁରୁଣା ତ୍ରୁଟିପୂର୍ଣ୍ଣ ବହିରୁ ପଢ଼ି ପରୀକ୍ଷା ଦେଲେ ମୂଲ୍ୟାୟନ କିପରି ହେବ, ସେ ନେଇ ପ୍ରଶ୍ନ ଉଠିଛି। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ବହି ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!