Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଗ୍ୟାସ୍‌ ଟାଙ୍କି ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ସୋଚନୀୟ ମୃତ୍ୟୁ

​ନୂଆପଡ଼ା, ୦୨ ୭ (ଜିଲ୍ଲା ଖବର): ନୂଆପଡ଼ା ଜିଲ୍ଲା ସଦର ମହକୁମା ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଓ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଗ୍ୟାସ୍ ଟାଙ୍କି ବୋଝେଇ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ଅତି ସୋଚନୀୟ ଭାବେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଜଣକ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଜାମଗାଁର ଶଙ୍କର ମାଝୀ ବୋଲି ଚିହ୍ନଟ କରାଯାଇଛି।​ସୂଚନା ଅନୁଯାୟୀ, ଆଜି ଜାମଗାଁର ଶଙ୍କର ମାଝୀ ନିଜ ଶଳାଙ୍କ ସହିତ କୌଣସି କାମରେ ରେଳ ଷ୍ଟେସନ୍‌କୁ ଯିବା ପାଇଁ ବାଇକ୍‌ ଯୋଗେ ବାହାରିଥିଲେ। ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା କୋର୍ଟ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ସମ୍ମୁଖରେ ଏକ ଦ୍ରୁତଗାମୀ ଗ୍ୟାସ୍ ଟାଙ୍କି ବୋଝେଇ ଟ୍ରକ୍ ସେମାନଙ୍କ ବାଇକକୁ ସମ୍ମୁଖରୁ ଶକ୍ତ ଧକ୍କା ଦେଇଥିଲା। ​ଧକ୍କା ଦେବା ପରେ ଟ୍ରକ୍‌ଟି ବାଇକ୍‌ ଆରୋହୀଙ୍କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଟ୍ରକ୍ ଚକା ତଳେ ଚାପି ହୋଇଯିବା ଏବଂ ଗାଡ଼ି ସହ ଘୋଷାରି ହେବା ଚକ୍କରରେ ଭିଣୋଇ ଶଙ୍କର ମାଝୀଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା।​ଘଟଣାସ୍ଥଳର ଭୟାବହତା ​ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ମୃତଦେହର ଅବସ୍ଥା ଦେଖିଲେ ଆଖିରୁ ଲୁହ ଚାଲିଆସିବ। ଗାଡ଼ି ଚକା ତଳେ ଚାପି ହୋଇ ଏବଂ ରାସ୍ତାରେ ଘୋଷାରି ହେବା ହେତୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ଭାବେ କ୍ଷତବିକ୍ଷତ ହୋଇଯାଇଛି, ଯାହାକୁ ଚିହ୍ନିବା କିମ୍ବା ଦେଖିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ​ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପୋଲିସକୁ ଏ ନେଇ ଖବର ଦିଆଯାଇଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!