ଶ୍ରୀମନ୍ଦିରରେ ଆରମ୍ଭ ହେବ ‘ଧାଡ଼ି ଦର୍ଶନ’: ଘଣ୍ଟାକରେ ୮ ହଜାର ଶ୍ରଦ୍ଧାଳୁ କରିପାରିବେ ମହାପ୍ରଭୁଙ୍କ ଦର୍ଶନ
ଶ୍ରୀମନ୍ଦିରରେ ଆରମ୍ଭ ହେବ ‘ଧାଡ଼ି ଦର୍ଶନ’: ଘଣ୍ଟାକରେ ୮ ହଜାର ଶ୍ରଦ୍ଧାଳୁ କରିପାରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ବଡ଼ ଓ ଆଶ୍ୱସ୍ତିକର ଖବର। ଦ୍ୱାଦଶ ଶତାବ୍ଦୀର ଏହି ଅତି ପବିତ୍ର ଧାମରେ ଭକ୍ତମାନେ ଏବେ ଅଧିକ ସୁବିଧାରେ ଏବଂ ଶୃଙ୍ଖଳିତ ଭାବେ କାଳିଆ ସାଆନ୍ତଙ୍କ ଦର୍ଶନ ପାଇପାରିବେ। ଏଥିପାଇଁ ଓଡ଼ିଶା ସରକାର ଶ୍ରୀମନ୍ଦିରରେ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆସନ୍ତା ସପ୍ତାହେ ମଧ୍ୟରେ ଏହି ଯୋଜନାର ପ୍ରାଥମିକ ପରୀକ୍ଷଣ ଆରମ୍ଭ ହେବ। ଏହାସହ ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଏହି ନୂତନ ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରାଯିବ। ନୂଆ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଶ୍ରୀମନ୍ଦିର ଭିତରେ ହେଉଥିବା ପ୍ରବଳ ଭିଡ଼ ଓ ବିଶୃଙ୍ଖଳା ଦୂର ହେବ। ଏହି ବ୍ୟବସ୍ଥା ଦ୍ୱାରା ମାତ୍ର ଏକ ଘଣ୍ଟା ମଧ୍ୟରେ ପ୍ରାୟ ୮,୦୦୦ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇପାରିବେ। ଏହାଦ୍ୱାରା ସାଧାରଣ ଭକ୍ତଙ୍କୁ ଦୀର୍ଘସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ମାଣ ହେବ ୫ଟି ରାମ୍ପଶ୍ର ଦ୍ଧାଳୁଙ୍କ ଯାତାୟାତକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ଏକ ବିଶେଷଜ୍ଞ ଟିମ୍ ବିଶେଷ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମନ୍ଦିରର ‘ସାତ ପାହାଚ’ ଦେଇ ଭକ୍ତଙ୍କ ଗତିବିଧିକୁ ଶୃଙ୍ଖଳିତ କରିବା ପାଇଁ ୫ଟି ନୂତନ ରାମ୍ପ ନିର୍ମାଣ କରାଯିବ। ଏହି ଯୋଜନାକୁ ଅନ୍ତିମ ରୂପ ଦେବା ପାଇଁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆଇନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ ଆରକ୍ଷୀ ଅଧୀକ୍ଷକ (SP) ଏବଂ ଆଇଆଇଟି ଭୁବନେଶ୍ୱର ର ବିଶେଷଜ୍ଞ ଟିମ୍ ଉପସ୍ଥିତ ରହି ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ।ସ ରକାରଙ୍କ ଏହି ପଦକ୍ଷେପ ଫଳରେ ବୟସ୍କ, ମହିଳା ଓ ସାନ ପିଲାମାନେ ବିନା କୌଣସି ଅସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିପାରିବେ।




