ମୁଖ୍ୟ ସମାଚାର
ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଚିହ୍ନଟ:
ରାତ୍ରିକାଳୀନ ଯାତାୟାତ ପାଇଁ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ ଆହ୍ୱାନ

ନୂଆପଡ଼ା (୦୩/୦୮): ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲାସ୍ଥିତ ପ୍ରସିଦ୍ଧ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଗଡଗଡା ଓ ଚେରେଚୁଆଁ ମଝିରାସ୍ତାରେ ଏହି ବାଘଟି ଚଲାବୁଲା କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ସୁନାବେଡ଼ା ଗ୍ରାମର ଯୁବକ ଯୁବରାଜ ଛତ୍ରିଆ ନିଜ ବଲେରୋ ଗାଡ଼ିରେ ଯାଉଥିବା ସମୟରେ ହଠାତ୍ ରାସ୍ତା ଉପରେ ଏହି କଲରାପତରିଆ ବାଘଟିକୁ ଦେଖିବାକୁ ପାଇଥିଲେ। ସେ ନିଜ ମୋବାଇଲ୍ କ୍ୟାମେରାରେ ବାଘର ଫଟୋ ଉତ୍ତୋଳନ କରିଥିଲେ। ଅଭୟାରଣ୍ୟ ଅଞ୍ଚଳରେ ହିଂସ୍ର ଜନ୍ତୁର ଉପସ୍ଥିତିକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ଭିତରେ ଓ ଆଖପାଖ ଗ୍ରାମଗୁଡ଼ିକରେ ବସବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ବିଶେଷ କରି ରାତ୍ରି ସମୟରେ ଅନାବଶ୍ୟକ ଭାବେ ବାହାରେ ଯାତାୟାତ ନ କରିବାକୁ ଏବଂ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି।




