Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ଜମି ଜାଲିଆତି ମାମଲା: କୋମନା ତହସିଲଦାର ସର୍ବେଶ୍ୱର ଜାଲ୍ ନିଲମ୍ବିତ, ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ

ଜମି ଜାଲିଆତି ମାମଲା: କୋମନା ତହସିଲଦାର ସର୍ବେଶ୍ୱର ଜାଲ୍ ନିଲମ୍ବିତ, ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ

​ନୂଆପଡ଼ା (ଜିଲ୍ଲା ଖବର ):

ଜମି ହଡ଼ପ ତଥା ଜାଲିଆତି ଘଟଣାରେ ରାଜ୍ୟ ସରକାର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସର୍ବେଶ୍ୱର ଜାଲ୍‌ଙ୍କୁ ସରକାର ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରିଛନ୍ତି। ପ୍ରଶାସନିକ ସ୍ତରରେ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

​କୋମନା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବ୍ୟାପକ ଜମି ଜାଲିଆତି ଓ ହଡ଼ପ ଅଭିଯୋଗ ଆସିଥିଲା। ଘଟଣା ଅନୁସାରେ, କୋମନା ବ୍ଲକ ଚାନ୍ଦୋପଲା ଗ୍ରାମର ସତ୍ୟନାରାୟଣ ପ୍ରଧାନୀଙ୍କ ନାମରେ ଚାନ୍ଦୋପଲା ମୌଜାରେ ୪ ଏକର ୪୦ ଡେସିମିଲ୍ ଚାଷଜମି ରହିଥିଲା। ସତ୍ୟନାରାୟଣ ନିଜ ଫସଲ ବୀମା କରିବା ପାଇଁ ଜମି ପଟ୍ଟା ଧରି ସ୍ଥାନୀୟ ସମବାୟ ସମିତିକୁ ଯାଇଥିବା ବେଳେ ଏହି ମହାଦୁର୍ନୀତି ସାମ୍ନାକୁ ଆସିଥିଲା। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ଥିବା ସମସ୍ତ ଚାଷଜମି ପୂର୍ବରୁ ଅନ୍ୟ ଲୋକଙ୍କୁ ବିକ୍ରି ହୋଇସାରିଛି। ପ୍ରକୃତ ଜମି ମାଲିକ ସତ୍ୟନାରାୟଣଙ୍କ ସମ୍ପୂର୍ଣ୍ଣ ଅଜାଣତରେ ତାଙ୍କର ଚାଷଜମି ଖାତା ନଂ ୧୭୮/୩୮୧, ୧୭୮/୩୮୨ ଏବଂ ୧୭୮/୩୮୩ କୁ ଜାଲିଆତି କରି ବିକ୍ରି କରିଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଜମିକୁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ, ପାଟଣାଗଡ଼ର ସଞ୍ଜୟ କୁମାର ଅଗ୍ରୱାଲ ଏବଂ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫ କିଣିଛନ୍ତି। ଏହି ଜମି ଜାଲିଆତି ମାମଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ:

​ସମ୍ପୃକ୍ତ ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI)ଙ୍କୁ ଜିଲ୍ଲାପାଳ ପୂର୍ବରୁ ହିଁ ନିଲମ୍ବିତ କରିସାରିଛନ୍ତି। ​ସନ୍ଦେହ ଘେରରେ ଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରାଯାଇଛି। ​ତହସିଲଦାରଙ୍କ ଏହି ନିଲମ୍ବନ ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଜମି ମାଫିଆ ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!