Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ

ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ

​ନୂଆପଡା ୨୫ ୮ (ଜିଲ୍ଲା ଖବର):(ଓମ ପ୍ରକାଶ ଚୌଧୁରୀ )

ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଗଙ୍ଗାଧର ସାରସ୍ବତ ସମିତି’ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ବକ୍ତୃତା ଓ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ସ୍ଥାନୀୟ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

​ଏଥିରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। “ଗଙ୍ଗାଧରଙ୍କ କୃତିରେ ପ୍ରକୃତି” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ତାଲିକା:

​ବକ୍ତୃତା ପ୍ରତିଯୋଗିତା:

​ପ୍ରଥମ: ଆରାଧ୍ୟା ସା (ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିମନପୁର)

​ଦ୍ୱିତୀୟ: ଦୀପ୍ତିମୟୀ ବୈଠାରୁ (ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ, ସିନାପାଲି) ​ତୃତୀୟ: ପୁଷ୍ପାଞ୍ଜଳି ମାଝୀ (ବାଳିକା ଉଚ୍ଚ ବିଦ୍ୟାଳୟ, ସିନାପାଲି) ​ପ୍ରଥମ: ତେଜସ୍ଵିନୀ ଧୀବର (ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିମନପୁର) ​ଦ୍ୱିତୀୟ: ଅର୍ଚିତା ବନ୍ଦୀଛୋର (ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟ, ସିନାପାଲି) ​ତୃତୀୟ: ତେଜସ୍ଵିନୀ ଦଣ୍ଡସେନା (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟିମନପୁର)​ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସତ୍ୟବ୍ରତ ଗହୀର, କୁମୁଦବନ୍ଧୁ ଯୋଷୀ, ତ୍ରିନାଥ ମେହେର, ମୋହନ ଦାଶ ଏବଂ ମନୋରଞ୍ଜନ ମେହେର ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସମିତିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!